ରାଜଧାନୀରେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା: କଟାମୁଣ୍ଡ ମିଳିଲା, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀର ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଥିବା ଜଣାଯାଇଛି। ଭରତପୁର ଜଙ୍ଗଲରୁ ମହିଳାଙ୍କ କଟାମୁଣ୍ଡ ମିଳିଛି। ରହସ୍ୟ ଉନ୍ମୋଚନ ପାଇଁ ୨ଅଭିଯୁକ୍ତକୁ ସ୍ପଟ ଉପରକୁ ନେଇଥିଲା ପୁଲିସ। ସିନ୍ ରି-କ୍ରିଏସନରେ କଟାମୁଣ୍ଡ ଅଭିଯୁକ୍ତ ଦେଖାଇଛନ୍ତି। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଯାଇ କଟାମୁଣ୍ଡ ଚିହ୍ନଟ କରିଛି। ଏଥିସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି।

ମୃତ ମହିଳାଙ୍କ ନାଁ ହେଉଛି ପୁଷ୍ପଲତା, ତାଙ୍କ ଘର ଗଞ୍ଜାମରେ ବୋଲି ସୂଚନା ମିଳିଛି। ପୁଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି ଅଭିଯୁକ୍ତ। ଆଜି ସକାଳେ ୨ଜଣଙ୍କୁ ଅଟକ ରଖି ରଖି ପଚରାଉଚୁରା କରିବା ପରେ ଘଟଣା ସ୍ଥଳକୁ ନେଇଥିଲା ପୁଲିସ।

ମହିଳାଜଣଙ୍କ ଭୁବନେଶ୍ୱର ବସ୍ତିର ପୁଷ୍ପଲତା ବୋଲି ସୁଚନା ମିଳିଛି। ପରିବାର ଲୋକ ତାଙ୍କୁ  ଚିହ୍ନଟ କରିଥିବା ସୂଚନା ଦେଇଛି ପୁଲିସ। ଏହି ଘଟଣାର ତଦନ୍ତ ଜାରି ରହିଥିବାରୁ ତେବେ ମହିଳା ଜଣଙ୍କ କେଉଁ ଅଞ୍ଚଳର ଏବଂ ତାଙ୍କ ପରିଚୟ ବିଷୟରେ ସବିଶେଷ ତଥ୍ୟ ଦେଇନି ପୋଲିସ। ସୂଚନାଯୋଗ୍ୟ, ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ମିଳିଥିଲା। ଏପରିକି ଦୁଇ ଦୁଇ ଥର ମହିଳାଙ୍କ ଶବ ବ୍ୟବଚ୍ଛେଦ କରିଥିଲା ପୁଲିସ ।

ତେବେ ଅଭିଯୁକ୍ତ ମହିଳାଙ୍କୁ କାହିଁକି ହତ୍ୟା କଲେ ତା ଉପରୁ ପରଦା ଉଠିବ। ପୁରା ଘଟଣାର ଖୋଳତାଡ଼ ଜାରି କରାଯାଇଛି। କଟାମୁଣ୍ଡ ମିଳିବା ସ୍ଥାନରୁ ମାଟି ମଧ୍ୟ ସଂଗ୍ରହ କରାଯାଇଛି। ପୂର୍ବରୁ ସେପଟେ ପରକୀୟା ପ୍ରୀତି ନେଇ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଥିଲା। ଏହି ଘଟଣା ଦୁଇ ଅଭିଯୁକ୍ତ ରହିଛନ୍ତି ନା ସେମାନଙ୍କ ସହିତ ଆଉ କେହି ସାମିଲ ଅଛନ୍ତି ସେ ବିଷୟରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର