୨୦୧୮-୧୯ରୁ ହାଇସ୍କୁଲରେ ଯୁକ୍ତ୨ ନାମଲେଖା

ଭୁବନେଶ୍ୱର :୨୦୧୮-୧୯ ଶିକ୍ଷାବର୍ଷରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ନାମଲେଖା ହାଇସ୍କୁଲରେ ହେବ। ପାଇଲଟ୍‌ ପ୍ରକଳ୍ପ ଭାବେ କେତେକ ହାଇସ୍କୁଲକୁ ଏଥିପାଇଁ ଚିହ୍ନଟ କରାଯିବ। ଜାନୁଆରି ଶେଷ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ସରିବ। ଏଥିସହ ପୁରୁଣା ଜିଲ୍ଲା ଅନୁଯାୟୀ ୧୩ଟି ଜିଲ୍ଲା ହାଇସ୍କୁଲକୁ ପ୍ରାଥମିକତା ଦେଇ ସେଠାରେ ଆସନ୍ତାବର୍ଷରୁ ଏକାଦଶ ଶ୍ରେଣୀରେ ନାମଲେଖା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ନିଷ୍ପତ୍ତି ଅନୁଯାୟୀ ନିଜସ୍ୱ ଭିତ୍ତିଭୂମିରେ ଛିଡ଼ା ହୋଇଥିବା ଜୁନିଅର କଲେଜ ସମ୍ପର୍କରେ ଉଚ୍ଚଶିକ୍ଷା ନିର୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କ ସହାୟତାରେ ସର୍ଭେ କରି ୨୦୧୮ ଜାନୁଆରି ୩୧ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ। ଜୁନିଅର କଲେଜରେ ପଢ଼ାଉଥିବା ଅଧ୍ୟାପକଙ୍କର ବି.ଇଡି ଯୋଗ୍ୟତା ନ ଥିଲେ ମଧ୍ୟ ସେମାନେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟ କରିବେ। ପିଜିଟି ନିଯୁକ୍ତି ହେବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ୨୦୧୮-୧୯ ଶିକ୍ଷାବର୍ଷ ଆରମ୍ଭରୁ ଡିଗ୍ରି କଲେଜକୁ ଫେରାଇ ନିଆଯିବ। ଉଚ୍ଚଶିକ୍ଷା ନିର୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଖୁବ୍‌ଶୀଘ୍ର ମିଳିତ ବୈଠକ କରି ଯୁକ୍ତ୨ କଲେଜଗୁଡ଼ିକ କିଭଳି ଅଲଗା ହେବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୁହାଯାଇଛି।

ସମ୍ବନ୍ଧିତ ଖବର