ଆଜିଠୁ ମିଳିବ +୨ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷାର୍ଥୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଡମିଟ୍ କାର୍ଡ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କଲେଜଗୁଡ଼ିକୁ ଆଡମିଟ୍‌ କାର୍ଡ ପଠାଯାଇଥିବା ବେଳେ ଶୁକ୍ରବାରଠାରୁ ପରୀକ୍ଷାର୍ଥୀ ସାମସ ୱେବ୍‌ସାଇଟ୍ ‘https://samsodisha.gov.in/Juniorweb.aspx <https://samsodisha.gov.in/Juniorweb.aspx> ‘ ରୁ ଅନ୍‌ଲାଇନ୍‌ରେ ଆଡମିଟ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଯେଉଁମାନେ ଡାଉନ୍‌ଲୋଡ୍‌ କରିପାରିବେ ନାହିଁ; ସେମାନେ କୋଭିଡ-୧୯ ନିୟମ ପାଳନ କରି କଲେଜରୁ ଆଡମିଟ୍‌ କାର୍ଡ ସଂଗ୍ରହ କରିପାରିବେ। ପ୍ରାକ୍ଟିକାଲ ରିପୋର୍ଟ ଦାଖଲ ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀ ଯେପରି ଆଡମିଟ୍‌ କାର୍ଡ ପାଇବେ କଲେଜ ଅଧ୍ୟକ୍ଷମାନେ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ସଂଗ୍ରହ ବେଳେ ନିଜର ପୂର୍ବବର୍ଷ ମାର୍କସିଟ୍‌ ଓ ଆଡମିଟ୍‌ କାର୍ଡ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ଜୁଲାଇ ୭ ସୁଦ୍ଧା ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର