ନିମାପଡା/ଖରିଆର: ରାଜ୍ୟ ସରକାରଙ୍କ ଦୁଇ ଜଣ କର୍ମଚାରୀ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଦୁଇ ଲକ୍ଷ ଟଙ୍କା ଧରି ବସଷ୍ଟାଣ୍ଡରେ ବସକୁ ଜଗିଥିବାବେଳେ ମାଡିବସିଲା ଭିଜିଲାନ୍ସ। ପୁରୀ ନିମାପଡାରେ ଆଜି ଏହି ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀମାନେ ନିମାପଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ସରକାରୀ ଅଧିକାରୀ ଦେବୀପ୍ରସାଦ ମହାନ୍ତିଙ୍କୁ ଗିରଫ କରିଛନ୍ତି। ଦେବୀପ୍ରସାଦ ଓଡିଶା ୱେରହାଉସିଙ୍ଗ କର୍ପୋରେସନର ଗୋଡାଉନ ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ପାଖରୁ ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ସେ କେଉଁଠାରୁ ଆଣିଲେ ସେନେଇ କୌଣସି ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।
/sambad/media/post_attachments/wp-content/uploads/2023/09/9a63a5a3-1922-413f-9415-ce7ee15e97f9-e1694161982618-300x284.jpg)
ତାଜା ସୂଚନା ମୁତାବକ ଦେବୀପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱର ୱେରହାଉସ କଲୋନିରେ ଥିବା ସରକାରୀ କ୍ୱାର୍ଟରରେ ଚଢ଼ାଉ କରାଯାଇଥିବାବେଳେ ସେଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ତାଙ୍କ ପାଖରୁ ୫୯ ହଜାର ଟଙ୍କା ଜବତ କରାଯାଇଛି। ଏହାକୁ ମିଶାଇ ତାଙ୍କ ପାଖରୁ ସମୁଦାୟ ୪ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି। ଅନ୍ୟପଟେ ଦେବୀପ୍ରସାଦ ମହାନ୍ତିଙ୍କ ଘର ସମେତ କାର୍ଯ୍ୟାଳୟରେ ଏବେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି।
/sambad/media/post_attachments/wp-content/uploads/2023/09/7a333c9b-7780-44ab-9405-480dcec659fe-1024x461.jpeg)
ସେହିପରି ନୂଆପଡା ଜିଲ୍ଲା ଖରିଆର ବ୍ଲକ ସୁନାଋଷିକୁଅଁ ଗ୍ରାମପଂଚାୟତର ଜିଆରଏସ ଭାବେ କାର୍ଯ୍ୟ କରୁଥିବା ପ୍ରାଣବନ୍ଧୁ ଦଣ୍ଡସେନା ମନରେଗା ଯୋଜନାର ବିଲ ପେମେଂଟ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏବେ କୋରାପୁଟ ଭିଜିଲାନ୍ସ ଟିମ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/4bfe04a4-1077-4084-b301-6d059471f0b8.jpg)