ନାରଙ୍ଗପୁର ଲୁଟ୍ ଘଟଣାରେ ୨ ଗିରଫ
ଆନନ୍ଦପୁର: ଘସିପୁରା ଥାନା ନାରଙ୍ଗପୁରଛକରେ ଜଣେ ମହିଳାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟ୍ ହୋଇଥିଲା। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ବାଇକ୍ ଏବଂ ଚୋରି ସୁନାଚେନ୍କୁ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ଯାଜପୁରରୋଡ ଥାନା ମାନଗୋବିନ୍ଦପୁର ଗ୍ରାମର ନିଲୁଆ ପାତ୍ର(୩୧) ଓ କଳିଙ୍ଗନଗର ଥାନା ରଗଦା ଗ୍ରାମର ବଦ୍ରିନାରାୟଣ ପାତ୍ର (୨୭)। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ୟାମଘନ ବେହେରା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମେ ୨୩ ତାରିଖରେ ଖାଲପାଳ ଗ୍ରାମର ମୁନା ମହାନ୍ତିଙ୍କ ପତ୍ନୀ ଦମୟନ୍ତୀ ଏକ ସ୍କୁଟିରେ ବ୍ରାହ୍ମଣୀପାଳ ଆଡ଼କୁ ଯାଉଥିବା ସମୟରେ ଦୁଇଟି ବାଇକ୍ରେ ପାଞ୍ଚଜଣ ଦୁର୍ବୃତ୍ତ ପିଛା କରି ତାଙ୍କଠାରୁ ୪ଭରି ଓଜନର ସୁନାଚେନ୍ ଓ ୨୦ ହଜାର ଟଙ୍କା ଲୁଟି ନେଇଥିଲେ। ପୁଲିସ ସୁନାଚେନ୍ ଉଦ୍ଧାର କରିଥିବା ବେଳେ ଟଙ୍କା ମିଳିନାହିଁ। ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।