୧୪ଶହ କିଲୋ ଗଞ୍ଜେଇ, ୨ଗିରଫ

ବାଲିମେଳା/ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ପୁଲିସ ବିପୁଳ ପରିମାଣର ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଲିମେଳା ଅଂଚଳର ଅରୁଣ କୁମାର ଜେନା(୩୫) ଏବଂ ଦୀପକ ଜେନା(୧୯)। ଗତକାଲି ରାତିରେ ଗୋଟିଏ ପିକଅପ୍‌ ଭ୍ୟାନରେ ଗଂଜେଇ ଲଦି ଛତିଶଗଡକୁ ନିଆଯାଉଥିବା ବେଳେ ବାଲିମେଳା ପୁଲିସର ପାଟ୍ରୋଲିଂ ଟିମ୍‌ ଚଢାଉ କରି ଗଂଜେଇ ସହ ପିକଅପ୍‌ ଭ୍ୟାନକୁ ଜବତ କରିଛି। ଭ୍ୟାନରେ ମୋଟ ୧୪ ଶହ କିଲୋ ଗଂଜେଇ ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର