ହାତୀବାରୀ ଲ୍ୟାମ୍ପସରୁ ଚୋରି ଘଟଣା: ଦୁଇ ଗିରଫ, ୨ଲକ୍ଷ ୬୪ହଜାର ୩୧୫ ଟଙ୍କା ଜବତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ସୋରଡ଼ା ହାତୀବାରୀ ଲ୍ୟାମ୍ପସରୁ ଚୋରି ଘଟଣାରେ ବିଶ୍ରା ପୁଲିସ ଦୁଇ ଜଣକୁ ଗିରଫ କରିଛି l ଅନ୍ୟ ଜଣେ ଝାଡ଼ଖଣ୍ଡ ଅପରାଧୀ ଫେରାର ହୋଇଯାଇଛି l ଗିରଫ ଦୁଇ ଚୋର ହେଲେ ବିଶ୍ରା କାତେପୁର ଅଞ୍ଚଳର l ଏମାନଙ୍କ ନିକଟରୁ ୨ଲକ୍ଷ ୬୪ହଜାର ୩୧୫ ଟଙ୍କା ଜବତ କରାଯାଇଛି l

ଆଜି ବିଶ୍ରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏସପି ପି.କେ. ମିଶ୍ର ଏହି ସୂଚନା ଦେଇଛନ୍ତି l ଫେରାର ଝାଡ଼ଖଣ୍ଡ ଅପରାଧୀକୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି l ଉଲ୍ଲେଖଯୋଗ୍ୟ ଗତ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲ୍ୟାମ୍ପସର ଗେଟ ଭାଙ୍ଗି ଭିତରକୁ ପଶିଥିଲେ l ପରେ ଅଫିସ ଭିତରେ ଥିବା ଆଲମିରା ଭାଙ୍ଗି ୨ ଲକ୍ଷ ୬୧ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ l

ଲ୍ୟାମ୍ପସର ପରିଚାଳନା ନିର୍ଦେଶିକା ପ୍ରିୟଙ୍କା ସାହୁ ଅଫିସ ଆଲମିରା ଭଙ୍ଗା ଯାଇଥିବା ଦେଖି ବିଶ୍ରା ଥାନାକୁ ସୂଚନା ଦେଇଥିଲେ l ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଥିଲା l

ସମ୍ବନ୍ଧିତ ଖବର