କବାଟବନ୍ଧ : ଜେନାପୁର ଥାନା ଚାରଗୋଠ ଗ୍ରାମର ଗୋପାଳଲାଲଜିଉ ମନ୍ଦିର ପୋଖରୀରୁ ମାଛ ଚୋରି ଅଭିଯୋଗରେ ଜେନାପୁର ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଚୋରିରେ ବ୍ୟବହୃତ ଏକ ଜାଲ ଓ ବାଇକ୍‌ ଜବତ କରାଯାଇଛି।

Advertisment

ସୂଚନା ମୁତାବକ, ଗତ ଶୁକ୍ରବାର ରାତିରେ ଚାରଗୋଠ ଗୋପାଳଲାଲଜିଉ ମନ୍ଦିର ପୋଖରୀରୁ ମାଛ ଚୋରି ହୋଇଥିବା ମନ୍ଦିର କମିଟି ସଭାପତି ଓ ଗ୍ରାମବାସୀ ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୧୧୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପୁଲିସ ଆଜି ମୁକୁନ୍ଦପୁର ଗ୍ରାମର ସୁନିଲ କୁମାର ବଳ (୩୦) ଓ ସେହି ଗ୍ରାମର ପ୍ରମୋଦ ସାହୁ (୫୦)କୁ ଗିରଫ କରି କୋର୍ଟଚାଲାଣ କରିଛି। ଚୋରିରେ ବ୍ୟବହୃତ ଏକ ଜାଲ ଓ ବାଇକ୍‌ ସହ ୨୦ କେଜି ମାଛ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଅନ୍ୟ କେତେକ ବ୍ୟକ୍ତି ସଂପୃକ୍ତ ଅଛନ୍ତି। ହେଲେ ସେମାନେ ଫେରାର ଥିବା ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।