ପାଣିଟାଙ୍କି ଚକ ଚୋରି ମାମଲାରେ ୨ ଗିରଫ

ଢେଙ୍କିକୋଟ : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡ଼ମସିଣାବିଲା ଉପର ସାହିରେ ନିର୍ମାଣାଧୀନ ଗୋଷ୍ଠୀ କେନ୍ଦ୍ରର ଛାତ ପକାଯିବା ପାଇଁ ସେଠାରେ ଏକ ପାଣି ଟାଙ୍କି ରଖାଯାଇଥିଲା । ତେବେ ୨ ତାରିଖ ରାତି ପାଣିଟାଙ୍କିରୁ ୨ ଟି ଯାକ ଚକା କେହି ଖୋଲି ନେଇଥିବା ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରୁଥିବା ଦୋଳଗୋବିନ୍ଦ ବେହେରା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ଫାଣ୍ଡି ଅଧିକାରୀ ତରଣୀସେନ ବାଗ ଘଟଣାର ତଦନ୍ତ କରୁଥିବାବେଳେ ଆଜି ପାଣିଟାଙ୍କି ଚକ ଚୋରି ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୨ ଯାକ ଚକ ଉଦ୍ଧାର କରିଛନ୍ତି । ଗିରଫ ଦ୍ବୟ କେତାଙ୍ଗ ଗ୍ରାମର ଦିଲୀପ ସେଠୀ (୫୨) ଏବଂ ବଡ଼ମସିଣାବିଲା ଗ୍ରାମର ଗଦାଧର ଗିରି (୩୫) ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ସମ୍ବନ୍ଧିତ ଖବର