ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୁଲିସ ସୁନାଚୋରି ଘଟଣାରେ ସୋମବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିନିକା ସହର ଅଲେଖ ନଗରର ଦୀପକ ନାଏକ(୨୧) ଏବଂ ଖଦାଲପଡ଼ାର ପ୍ରକାଶ ଜାନି(୨୫)।
ସୂଚନା ଅନୁସାରେ, ବିନିକା ସହରର ଝସକେତନ ମେହେରଙ୍କ ଘରୁ ମାର୍ଚ୍ଚ ମାସ ୯ ତାରିଖ ୩୬ ଗ୍ରାମ ସୁନା, ୫ ହଜାର ଟଙ୍କା ଏବଂ ଏକ ମୋବାଇଲ ଫୋନ ଚୋରି ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଆଉ ବିନିକା ଖଦାଲପଡ଼ା ଛକରୁ ଦୀପକ ଏବଂ ପ୍ରକାଶକୁ କାବୁ କରିଛି ପୁଲିସ। ସେମାନଙ୍କୁ ଗିରଫ କରି ବିନିକା କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସୋନପୁର ବିଚାର ବିଭାଗୀୟ ଜେଲକୁ ପଠାଯାଇଛି। ସେମାନଙ୍କଠାରୁ ଗୋଟିଏ ସୁନା ଚେନ୍ ଓ ୨ଟି ମୁଦି ଜବତ କରାଯାଇ ଥିବା ଏସଆଇ ରବୀନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/binika-ps.jpg)