ବେଆଇନ୍ ଭାବରେ ଚାଲଣ ବେଳେ୨୫ କୁଇଣ୍ଟାଲ୍ ମହୁଲ ଜବତ, ୨ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ପଦ୍ମପୁର ଥାନା ପୁଲିସ ପକ୍ଷରୁ କେନ୍ଦୁଗୁଡାଠାରେ ଚଡାଉ କରାଯାଇ୨୫କ୍ବୁଇଣ୍ଟାଲ ମହୁଲ ଜବତ ହୋଇଥିବାର ଖବର ଖବର ମିଳିଛି। ଏହି ମାମଲାରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,  ବେଆଇନ୍ ଭାବରେ ୨୫କ୍ବୁିଣ୍ଟାଲ୍ ମହୁଲ ଏକ ୯୦୯ଗାଡିରେ ଚାଲଣ ବେଳେ ପଦ୍ମପୁର ପୁଲିସ ପକ୍ଷରୁ କେନ୍ଦୁଗୁଡା ନିକଟରେ ଚଢାଉ କରାଯାଇଥିଲା। କୌଣସି ସୁତ୍ରରୁ ଖବର ପାଇ ପଦ୍ମପୁର ଥାନା ଅଧିକାରୀ ସଞ୍ଜୟକୁମାର ନାୟକ ଏବଂ ତାଙ୍କ ଟିମ ଚଡାଉ କରି ଗାଡ଼ି ସହ ୨୫ କ୍ବୁିଣ୍ଟାଲ୍  ମହୁଲ ଜବତ କରିଥିଲେ। ମହୁଲ ଗାଡ଼ିଟି କେନ୍ଦୁଗୁଡା ଅଞ୍ଚଳରୁ ଗଜପତି ଅଡବା ପଟେ ଗଲା ସମୟରେ ଚଢାଉ କରାଯାଇଥିଲା। ପଦ୍ମପୁର ଥାନାରେ ଏନେଇ ଏକ ମାମଲା ରୁଜୁ କରି ଗତକାଲି ଦୁଇଜଣକୁ କୋର୍ଟ ଚାଲଣ କରାଯାଇଥିବା ସୁଚନା ମିଳିଛି। ଏହି ଘଟଣା ରାୟଗଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

 

 

 

ସମ୍ବନ୍ଧିତ ଖବର