ବାଲେଶ୍ୱର/ଓଲମରା : ଗୋଟିଏ ପଟେ ସରକାର ଗୋସମ୍ପଦ ସୁରକ୍ଷା ପାଇଁ ଗୋସମ୍ବର୍ଦ୍ଧନ ସପ୍ତାହ ପାଳନ କରୁଛନ୍ତି। ଅନ୍ୟପଟେ ବେଆଇନ ଗୋଚାଲାଣ ବେଧଡ଼କ ଭାବେ ବଢ଼ିଚାଲିଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଟ୍ରକ ଟ୍ରକ ଗୋରୁଗାଈ ବାଲେଶ୍ବର ଦେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ଏହାକୁ ରୋକିବା ନେଇ ସରକାରୀ ନିୟମ ଧର୍ମକୁ ଆଖିଠାର ସଦୃଶ ହୋଇଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2020/11/5e166527-9270-451a-852b-49b984ea0932-300x291.jpg)
ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ଥାନା ଅଞ୍ଚଳରୁ ଆଜି ଦ୍ବି-ପ୍ରହର ସମୟରେ ସିମୁଳିଆ ଥାନା ହରିପୁର ଗ୍ରାମ ଦେଇ ଯାଉଥିବା ଏକ ମିନି ପିକଅପଭ୍ୟାନ୍(ଓଡି-୦୧ଏଇ-୩୪୦୪)ରେ ଗୋଚାଲାଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ଅଟକାଇଥିଲେ। ଏହାପେର ଗାଡ଼ିରେ ଥିବା ୮ଜଣ ଗୋରୁବେପାରୀ ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରି ଗଛରେ ବାନ୍ଧି ପକାଇଥିଲେ। ଖବରପାଇ ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚିବା ପରେ ଗ୍ରାମବାସୀ ଗୋରୁବୋଝେଇ ଗାଡ଼ି ଓ ଅଟକ ବେପାରୀମାନଙ୍କୁ ପୁଲିସ ଜିମା ଦେଇଥିଲେ।
ସେହିପରି ଜଳେଶ୍ବର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗ୍ରାମ ଦେଇ ଏକ ଗୋରୁବୋଝେଇ ପିକଅପ୍ ଭ୍ୟାନ(ଡବ୍ଲୁବି-୨୯-୮୫୧୮)ରେ ପଶ୍ଚିମବଙ୍ଗରୁ ଓଡ଼ିଶା ଯାଉଥିବା ବେଳେ ଗାଁ ଲୋକେ ପିକଅପ ଭ୍ୟାନଟିକୁ ଅଟକାଇଥିଲେ। ଏହାପରେ ଜଳେଶ୍ୱର ଥାନା ପୁଲିସ ପହଞ୍ଚି ପିକଅପ ଭ୍ୟାନ୍କୁ ଥାନାକୁ ନେବା ସହ ସେଥିରେ ଥିବା ୨ ଗୋଚାଲାଣକାରୀଙ୍କୁ ଅଟକ ରଖି ପଚରାଉଚରା କରିଛି। ପରେ ପିକଅପ ଭ୍ୟାନ୍ରେ ଥିବା ୪ଟି ଗୋରୁଙ୍କୁ ରେମୁଣାରେ ଥିବା ବାମପଦା ଗୋଶାଳାକୁ ପଠାଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/3f87b3a5-1cde-491a-b6ba-73ce22707ac5.jpg)