ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୭ ମାସର ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ ଥିବା ଜଣାଯାଇଛି। ଭିମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକଙ୍କ ସୂଚନା ଅନୁସାରେ ଉଭୟ ଶିଶୁ ଅସୁସ୍ଥତା ଯୋଗୁଁ ଭିମସାରରେ ଭର୍ତ୍ତି ହୋଇଥିଲେ। ମାତ୍ର ଆଣ୍ଟିଜେନ ଟେଷ୍ଟରେ ଉଭୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଭିମସାର କୋଭିଡ ସେଣ୍ଟରରେ ଉଭୟଙ୍କ ଚିକିତ୍ସା ଜାରି ରହିଛି। ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳକୁ ଖସୁନଥିବା ବେଳେ, ଭିମସାରରେ ୨ ଶିଶୁଙ୍କ କରୋନା ପଜିଟିଭ୍ ବାହାରିବା ଚିନ୍ତାର ବିଷୟ ପାଲଟିଯାଇଛି। ଲକଡାଉନ୍ କଟକଣା କୋହଳ ହୋଇଥିବା ବେଳେ ସଂକ୍ରମଣ ପୁଣି ବଢିବନି ତ? ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର