ସମ୍ବଲପୁର: ସଦର ଥାନା ମାନେଶ୍ବର ଛକ ନିକଟରେ ୨ ବାଇକ୍(ଓଆର୍ ୧୫ଏସ୍ ୭୨୫୧, ଓଡି ୧୫ ଏଚ୍ ୨୫୨୯) ମଧ୍ୟରେ ରବିବାର ରାତି ଧକ୍କା ହୋଇଥିଲା। ୨ ବାଇକ୍ ଆରୋହୀ ଘଟଣାସ୍ଥଳରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ବୁର୍ଲା ପଠାଇଥିଲେ।
ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ୨ ମୃତକ ହେଉଛନ୍ତି ମାନେଶ୍ବରର ମହମ୍ମଦ ଦାଉଦ୍ ଓ ରାସନପୁରର ବଂଶ ଭୋଇ।