ଦୁଇ ବାଇକ୍‌ ଧକ୍କାରୁ ଜଣଙ୍କ ଜୀବନ ଗଲା

ଲଖନପୁର: ଲଖନପୁର ପଞ୍ଚାୟତ ବାଣ୍ଡିପାହାଡ଼ ଛକରେ ବୁଧବାର ମଧ୍ୟାହ୍ନ ୧୨ଟାରେ ଦୁଇ ବାଇକ ଚାଳକଙ୍କ ମୁହାଁମୁହିଁ ଧକ୍କା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ଆଉ ଜଣେ ଆହତ ହୋଇଛନ୍ତି। ଲଖନପୁର ଥାନା ଅନ୍ତର୍ଗତ ବଂଜାରୀ ଗାଁର ଦୀନବନ୍ଧୁ ପଧାନ(୨୬) କୌଣସି କାମରେ ଲଖନପୁର ଆସି ବାଇକ୍‌ ( ଓଆର-୨୩ଇ-୩୫୮୦)ରେ ଘରକୁ ଫେରୁଥିଲେ। ଅପର ପାର୍ଶ୍ୱ ବେଲପାହାଡ଼ ପଟୁ ଅନ୍ୟ ଏକ ବାଇକ୍‌ (ଓଆର-୨୩ଡ଼ି-୭୭୯୯)ରେ ଆସୁଥିବା ବାଣ୍ଡିପାହାଡ଼ର ସଦାନନ୍ଦ ଭୁଏ(୨୩) ଲଖନପୁର-ପୁଞ୍ଜିପଥର ରାସ୍ତାର ବାଣ୍ଡିପାହାଡ଼ ଛକରେ ଦୀନବନ୍ଧୁଙ୍କ ବାଇକକୁ ସମ୍ମୁଖ ଭାଗରୁ ଧକ୍କା ଦେଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁଇ ବାଇକ୍‌ ଚାଳକଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସଦାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଆହତ ଦୀନବନ୍ଧୁଙ୍କ ଚିକିତ୍ସା ପରେ ଛାଡ଼ି ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ଲଖନପୁର ଥାନାରେ ନଂ.୨୪୯/୨୦୨୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଦୁର୍ଘଟଣାଗ୍ରସ୍ତ ୨ବାଇକକୁ ଜବତ କରାଯାଇଛି। ମୃତ ସଦାନନ୍ଦଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ତଦନ୍ତ ଅଧିକାରୀ ଏସଆଇ ଗଣେଶରାମ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର