ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ

ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ରାମପୁର ଶଗଡ଼ି ଗ୍ରାମ ନିକଟରେ ଆଜି ମଧ୍ୟାହ୍ନରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଶଗଡ଼ି ଗ୍ରାମର ମୟୁଦ୍ଦିନ ବେଗ୍‌(୩୮) ଓ ଆହତ ଯୁବକ ସେହି ଗ୍ରାମର ମିର୍ଜା ରାଶିତ ବେଗ୍‌। ଦୁଇ ଯୁବକ ମୟୁଦ୍ଦିନ ଓ ରାଶିତ ଏକ ବାଇକ୍ ଓଡି-୩୪ପି-୮୦୩୧ରେ ଶଙ୍ଖଚିଲାରୁ ଘରକୁ ଫେରୁଥିବା ବେଳେ ଶଗଡ଼ି ନିକଟରେ ବିପରୀତ ଦିଗରୁ ଆସୁଥବା ବାଇକ୍ ଓଡି-୦୨ପିଭି-୫୮୨୪ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକେ ଗୋଡ଼େଇଗୋଡ଼େଇ ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକକୁ ଧରି ପୁଲିସ ଜିମା ଦେଇଥିଲେ। ବାଇକ୍‌ରୁ ଛିଟିକି ପଡ଼ି ଉଭୟ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୟୁଦ୍ଦିନ ବେଗଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ରାଶିତ ବେଗଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପାଣିକୋଇଲି ଥାନାରେ ଏନେଇ ଏକ ମାମଲା ୨୫୬/୨୨ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର