ସାନଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

ବ୍ରହ୍ମପୁର: ୧୬ନଂ ଜାତୀୟ ରାଜପଥ ସାନଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୋଟିଏ ବାଇକ ଓ ସ୍କୁଟିକୁ ଟ୍ରକଟି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଆହତ ୩ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ପରେ ଖସିବାକୁ ଉଦ୍ୟମ ବେଳେ ବଡ଼ଘାଟିରେ ଟ୍ରକ୍ ଓଲଟିପଡ଼ିଛି। ଦୁର୍ଘଟଣା ପରେ ସ୍କୁଟି ସହ ବାଇକଟି ଜଳିଯାଇଛି।

ସମ୍ବନ୍ଧିତ ଖବର