ଜୟପୁର:ଜୟପୁର ଗୋପବନ୍ଧୁ ନଗରରେ ଏକ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରିଛି ଟାଉନ ପୁଲିସ। ଗୋପବନ୍ଧୁ ନଗରରେ ଥିବା କନକଦୁର୍ଗା ମନ୍ଦିର ପରିସରରେ ୨ଟି ମୃତଦେହ ଝୁଲନ୍ତା ଅବସ୍ଥାରେ ପୁଲିସ ଦେଖିବାକୁ ପାଇଥିଲା। ମୃତ ଦୁଇଜଣ ହେଲେ ମନ୍ଦିରର ପୂଜକ ତୃତୀୟ ଲିଙ୍ଗି ରାଜୁ ମାଛ ଓ ପାଇକ ସାହିର ସମରା ଜାନୀ। 

Advertisment

ସୂଚନା ଅନୁଯାୟୀ ଗୋପବନ୍ଧୁ ନଗରରେ ଥିବା କନକ ଦୁର୍ଗା ମନ୍ଦିର ପୂଜକ ଭାବେ ରାଜୁ ମାଛ କାର୍ଯ୍ୟ କରୁଥିଲେ। ଜୟନଗରର ସମରାଜାନୀ ସେଠାରେ ମିସ୍ତ୍ରୀ କାମ କରୁଥିଲେ। ସେହି ଅଞ୍ଚଳରେ ସମରା କାର୍ଯ୍ୟ କରୁଥିବା ବେଳେ ରାଜୁଙ୍କ ସହ ସ˚ପର୍କ ଗଢି ଉଠିଥିଲା। ମନ୍ଦିର ପରିସରରେ ଗୋଟିଏ ଲାଲ ରଙ୍ଗର ଶାଢିରେ ୨ଜଣ ଆତ୍ମହତ୍ୟା କରିଥିବା ଜଣାପଡିଛି।

 
ଜୟପୁର ଟାଉନ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରିବା ସହ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏ ନେଇ ଜୟପୁ ଟାଉନ ପୁଲିସ ଦୁଇଟି ପୃଥକ ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ୨ଜଣ ଆତ୍ମହତ୍ୟା କରିଥିବା ବେଳେ ସାଇଣ୍ଟିଫିକ ଟିମ୍ ତଦନ୍ତ କରିବା ପରେ ପ୍ରକୃତ ତଥ୍ୟ ଜଣା ପଡିବ ବୋଲି ଜୟପୁର ଏସଡିପିଓ ପାର୍ଥ କଶ୍ୟପ ସୂଚନା ଦେଇଛନ୍ତି। ଦୁଇଜଣଙ୍କ ମଧ୍ୟରେ ପ୍ରେମ ସ˚ପର୍କ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।