କାର୍‌ ଧକ୍କାରେ ୨ ଭାଇ ମୃତ

ଅଟୋ-ବାଇକ୍ ଧକ୍କା ୫ ଛାତ୍ରଛାତ୍ରୀ ଗୁରୁତର

ଛତ୍ରପୁର : ଗଞ୍ଜାମ ଥାନା ଅର୍ନ୍ତଗତ ଜାତୀୟ ରାଜପଥ-୧୬ର ନୂଆଗାଁ ଛକଠାରେ ଏକ କାର ଦୁଇ ପଥଚାରୀଙ୍କୁ ଧକ୍କା ଦେଇଛି। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ତେଲୁଗୁ ନୂଆ ଗାଁର ଗମା ଦାସ (୨୭) ଏବଂ ପିଣ୍ଟୁ ଦାସ (୨୮)। ଏ ଦୁହେଁ ସମ୍ପର୍କୀୟ ଦୁଇ ଭାଇ। ନିକଟସ୍ଥ ଏକ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଅପରାହ୍ନ ପ୍ରାୟ ୨ଟା ୩୦ ବେଳେ ଗମା ଓ ପିଣ୍ଟୁ ଖାଇ ସାରି ନିକଟସ୍ଥ ଏକ ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଉଥିଲେ। ଦୁଇ ଭାଇ ଜାତୀୟ ରାଜପଥ ପାର୍ଶ୍ବରେ ଯାଉଥିବା ବେଳେ ଏହି ସମୟରେ ଗଞ୍ଜାମରୁ ଛତ୍ରପୁର ଆଡକୁ ଆସୁଥିବା ଏକ କାର ସେମାନଙ୍କୁ ପଛ ପାର୍ଶ୍ବରୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ଜାତୀୟ ରାଜପଥରେ କିଛି ଶ୍ରମିକ କାମ କରୁଥିଲେ। ସେମାନେ ଦୂର୍ଘଟଣା ଘଟାଇଥିବା କାରର ନମ୍ବର ଟିପି ରଖିଥିଲେ। ଶ୍ରମିକମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ଗ୍ରାମବାସୀଙ୍କୁ ଜଣାଇଥିଲେ। ନୂଆଗାଁ ଗ୍ରାମର ମହେନ୍ଦ୍ର ବେହେରାଙ୍କ କାର ବୋଲି ଜାଣିବା ପରେ ସେଠାରେ ପହଁଞ୍ଚି ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଥିଲେ। ଏହାପରେ ଘଟଣାସ୍ଥଳକୁ ଆସି ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ଗିରଫ ଓ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ। ଘଟଣାସ୍ଥଳରେ ଗଞ୍ଜାମ ଥାନା ଅଧିକାରୀ ପହଁଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କ ବୁଝାସୁଝା କରିଥିଲେ। ପରେ ମୃତକଙ୍କୁ ୨.୫ ଲେଖାଏଁ କ୍ଷତିପୂରଣ ଦେବା ସହ ତାଙ୍କ ପରିବାରର ଭରଣ ପୋଷଣ ପାଇଁ ମାସିକ ୫ହଜାର ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ଏହାପରେ ରାସ୍ତାରୋକ ହଟିଥିଲା।

ଅଟୋ-ବାଇକ୍ ଧକ୍କା ୫ ଛାତ୍ରଛାତ୍ରୀ ଗୁରୁତର

ରାଇରଙ୍ଗପୁର/ଗୋରୁମହିଷାଣୀ : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍‌ ସାନମୌଦା ଆଦର୍ଶ ବିଦ୍ୟାଳୟର ପିଲାଙ୍କୁ ନେଇ ଆସୁଥିବା ଏକ ଅଟୋ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ବସିଥିବା ୫ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ସ୍କୁଲ ଛୁଟି ହେବା ପରେ ୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଅଟୋଟିଏ ରାଇରଙ୍ଗପୁର ଫେରୁଥିଲା। ଦିନ ପ୍ରାୟ ୧୧ଟା ୨୦ ମିନିଟ ବେଳେ ସାନପାଖନା ପଞ୍ଚାୟତ ଅଫିସ ନିକଟରେ ବିପରୀତ ଦିଗରୁ ଯାଉଥିବା ଏକ ବାଇକ୍ ସହିତ ଧକ୍କା ହୋଇଥିଲା। ଫଳରେ ଅଟୋ ଓଲଟି ପଡ଼ିଥିଲା ଏବଂ ଏଥିରେ ବସିଥିବା ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ରାଇରଙ୍ଗପୁର ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର