ଗ୍ରାମବାସୀ ଓ ମାଫିଆ ମୁହାଁମୁହିଁ : ଛତ୍ରଭଙ୍ଗ ଦେଲେ ମାଫିଆ, ଦୁଇ ଗାଡ଼ି ଜବତ

ଚଢ଼େଇଧରା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ମହିସରl ପଂଚାୟତ ରାହାଡ଼ପୁର କଳାପଥର ପାହାଡ଼ରେ ବେଆଇନ ପଥର ଖନନ, ପରିବହନ ଓ ବେଆଇନ କ୍ରସର ଚାଲିବାକୁ ନେଇ ଗ୍ରାମବାସୀ ଓ ମାଫିଆଙ୍କ ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ମାରପିଟ ହୋଇଥିବାର ଖବର ମିଳିଛି l ବେଆଇନ ପଥର ଖନନକୁ ସମର୍ଥନ କରୁଥିବା ବାବା ଷ୍ଟୋନ କ୍ରସର ମାଲିକ କିଛି ମାଫିଆଙ୍କୁ ଏକାଠି କରି ଗ୍ରାମବାସୀଙ୍କୁ ବୋମା ଓ ମାଉଜର ଧମକ ଦେଇ ବେଆଇନ ପଥର ବ୍ୟବସାୟ ଜାରି ରଖିବା ଓ ବିରୋଧ ନ କରିବାକୁ ଧମକ ଦେଇଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ଶତାଧିକ ଗ୍ରାମବାସୀ ସଙ୍ଘବଦ୍ଧ ହୋଇ ମାଫିଆ ଗୋଷ୍ଠୀଙ୍କୁ ଆକ୍ରମଣ କରିଥିଲେ l

ରାତିର ଅନ୍ଧାରରେ ମାଫିଆ ଛତ୍ରଭଙ୍ଗ ହୋଇ ଗୋଟିଏ ଖୋଲା ଗାଡ଼ିରେ ପଳେଇ ଯିବା ସମୟରେ ଅନ୍ୟ ଦୁଇଟି ଗାଡ଼ି (ଓଡି ୦୪ଏନ୍୪୩୩୩ ଓ ଓଡି-୦୨ ଏକ୍ୟୁ ୭୮୧୧)କୁ ଛାଡ଼ି ପଳେଇ ଥିଲେ l ଖବର ପାଇ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇଟି ଗାଡ଼ିକୁ ନିଜ ହେପାଜତକୁ ନେବା ସହ ଉତ୍ତେଜିତ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେl

ସମ୍ବନ୍ଧିତ ଖବର