୮‌ରେ ଆସିବେ ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର: ପ୍ରଦର୍ଶନୀ ପଡ଼ିଆରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳରେ। ଠିକ୍ ସେହି ସ୍ଥାନରେ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବ ରାଜ୍ୟ ବିଜେପି। ମୋଦୀଙ୍କ ଦ୍ବିତୀୟ ପାଳିରେ ମନ୍ତ୍ରୀ ପଦ ପାଇଲା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ। ବିମାନବନ୍ଦରରୁ ଏକ ବିଶାଳ ଶୋଭାଯାତ୍ରାରେ ଉଭୟଙ୍କୁ ପ୍ରଦର୍ଶନୀ ପଡ଼ିଆକୁ ଅଣାଯିବ। ସେଠାରେ ହଜାର ହଜାର ଦଳୀୟ କର୍ମୀଙ୍କୁ ଉପସ୍ଥିତିରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ସାଂସଦ, ବିଧାୟକ ଓ କର୍ମକର୍ତ୍ତା ଉପସ୍ଥିତ ରହିବାକୁ କୁହାଯାଉଛି। ଏହି ସମାବେଶକୁ ସଫଳ କରିବା ପାଇଁ ଦଳୀୟ କର୍ମକର୍ତ୍ତାମାନେ ଜୋର୍‌ଦାର୍ ଉଦ୍ୟମ ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର