ଭୁବନେଶ୍ବର: ପ୍ରତିବର୍ଷ ପରି ଏଥର ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଆସନ୍ତାକାଲି (ସୋମବାର) ପୂର୍ବାହ୍ନ ୯ଟାରେ ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ‘+୨ ଚାମ୍ପ’ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଓ ପରିବହନ କମିସନର ଅମିତାଭ ଠାକୁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେବେ। ଏହି ଅବସରରେ ବିଜ୍ଞାନ ବିଭାଗରେ ରାଜ୍ୟର ଶ୍ରେଷ୍ଠ ଶହେ ଛାତ୍ରଛାତ୍ରୀଙ୍କ ସମେତ ବାଣିଜ୍ୟ ଓ କଳା ବିଭାଗର ଶ୍ରେଷ୍ଠ ୫୦ ସ୍ଥାନରେ ରହିଥିବା ମେଧାବୀଙ୍କୁ ସମ୍ବର୍ଦ୍ଧିତ କରାଯିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp