ଦେବଗଡ଼: ମିଛ କଥା କହି ଲୋକଙ୍କୁ ଠକୁଥିବା ଅଭିଯୋଗରେ ରବିବାର ଦୁଇ ଭଣ୍ଡବାବାଙ୍କୁ ଦେବଗଡ଼ ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ହାତୀଶାଳ ସାହିର ରାଜେନ ମୁଖି ନିଜ ଘରେ ନଥିବା ବେଳେ ଏହି ଭଣ୍ଡବାବା ପହଞ୍ଚି ଥିଲେ।
ଘରେ ଥିବା ମହିଳା ଓ ଶିଶୁଙ୍କ ମୁଣ୍ଡରେ ମନ୍ତ୍ରିତ ବାଲି ଛିଞ୍ଚି ଦେବାରୁ ସେମାନେ ଅଚେତ ଅବସ୍ଥାକୁ ଚାଲି ଆସିଥିଲେ। ଏହା ପରେ ବାବାଙ୍କ ଆଦେଶରେ ଘରର ଶିଶୁ କନ୍ୟା ଘରେ ଥିବା ୨୫୦୦ ଟଙ୍କା ଆଣି ଏହି ଠକ ବାବାଙ୍କୁ ଦେଇଥିଲା। ପରେ ଆହୁରି କିଛି ଟଙ୍କା ଆଣିବାକୁ କହିଥିବା ବେଳେ କେତେକ ସଚେତନ ବ୍ୟକ୍ତି ଘର ମୁଖିଆ ରାଜେନଙ୍କୁ ଫୋନରେ ଜଣାଇଥିଲେ। ତୁରନ୍ତ ରାଜେନ ଘରକୁ ଆସି ପହଞ୍ଚିବା ବେଳକୁ ଠକ ବାବାଦ୍ବୟ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଯୁବକମାନେ ଖୋଜା ଖୋଜି ବାଇପାସ ରାସ୍ତାରୁ ଠକ ବାବାଦ୍ବୟଙ୍କୁ ଧରି ଦେବଗଡ଼ ଥାନାରେ ଜିମା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/12-2.jpg)