କେନ୍ଦ୍ରାପଡ଼ା: ନଦୀରେ ବୁଡ଼ି ୨ ଶିଶୁ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଗର୍ଦପୁର ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅଞ୍ଚଳରେ ଥିବା ପାଇକା ନଦୀରେ ବୁଡ଼ି ୨ ଜଣ ଶିଶୁଙ୍କର ପ୍ରାଣ ଯାଇଛି।

ଖବର ନେବାକୁ ଜଣାପଡ଼ିଛି ଯେ ଶିଶୁ ଦ୍ୱୟ ହେଉଛନ୍ତି ନରଡ଼ା ଗ୍ରାମର କୁମ୍ଭାର ସାହିର ମୁକ୍ତିକାନ୍ତ ବେହେରାଙ୍କ ସାଢ଼େ ତିନି ବର୍ଷର ପୁଅ ରତିକାନ୍ତ ବେହେରା ଓ ରତିକାନ୍ତ ବେହରାଙ୍କ ସାଢ଼େ ତିନି ବର୍ଷର ଝିଅ ପୂଜା ବେହେରା। ସେ ଦୁହେଁ ଆଜି ଅପରାହ୍ନରେ ଖେଳୁଥିବା ସମୟରେ ନଈଆଡ଼କୁ ଚାଲି ଯାଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ। ସେମାନେ ଖୋଜି ଖୋଜି ନଦୀ ଆଡ଼କୁ ଚାଲି ଯାଇଥିଲେ। ସେଠାରେ ପହଞ୍ଚି ଦେଖିବାକୁ ପାଇଲେ ଯେ ସେମାନଙ୍କ ପିଲା ନଦୀ କୂଳରେ ଭାସୁଛନ୍ତି। ସେମାନଙ୍କୁ ପରିବାର ଲୋକ ତରନ୍ତ ରଘୁନାଥପୁର ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ ସେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର