ରେଢ଼ାଖୋଲ: ରେଢ଼ାଖୋଲ ଥାନା ଲୁହାପଙ୍କ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ତଗୋଳ ହୋଇଛି। ପୁଲିସ ଉଭୟ ପକ୍ଷର ୫ ଜଣଙ୍କୁ ଅଟକ ରଖିଛି।
ଲୁହାପଙ୍କ ଗ୍ରାମର ଜିତେନ୍ଦ୍ର ବେହେରାଙ୍କ ଅଭିଯୋଗ ଅନୁଯାୟୀ ରବିବାର ତାଙ୍କ ସଂର୍ପକୀୟ ସିଦ୍ଧାର୍ଥ ବେହେରା, ସଚ୍ଚିନ ବେହେରା ଓ ଶଙ୍କର୍ଷଣ ବେହେରା ମିଶି ତାଙ୍କୁ ଗାଁ ଦାଣ୍ତରେ ଗାଲିଗୁଲଜ କରିବା ସହିତ ମାରଧର କରିଥିଲେ। ଘଟଣାକୁ ନେଇ ଜିତେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି।
ଅପରପକ୍ଷରେ ଶଙ୍କର୍ଷଣ ଥାନାରେ ଅଭିଯୋଗ କରିଛନ୍ତି ସେ ଘରେ ଥିବା ବେଳେ ଜିତେନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ମାନସୀ ବେହେରା ମିଶି ତାଙ୍କୁ ଗାଲିଗୁଲଜ କରିବା ସହିତ ଗାଲରେ ଚାପୁଡା ମାରିଛନ୍ତି। ପୁଲିସ ଏନେଇ ଉଭୟ ସ୍ବାମୀସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କରିଛି। ପୁଲିସ ମୋଟ୍ ୫ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/4-24.jpg)