ଦଶରଥପୁର: ଦଶରଥପୁର ବ୍ଲକ ଖାନନଗର ପଞ୍ଚାୟତର ଲାଲବାଗ ଗୋପାଳ ସାହିରେ ଚାହୁଁଚାହୁଁ ଏକ ଘର ଜଳିଗଲା। ଦୁଇଟି ଗାଈ ଜୀବନନ୍ତଦଗ୍ଧ ହୋଇଗଲେ। ଆଉ ୭ଟି ଆହତ ହୋଇଛନ୍ତି। ମଙ୍ଗଳବାର ମଧ୍ୟରାତ୍ରରେ କୌଣସି କାରଣରୁ ପଞ୍ଚାନନ ଦାସଙ୍କ ଗୁହାଳ ଘରେ ନିଆଁ ଲାଗିଯିବାରୁ ଏଭଳି କ୍ଷୟକ୍ଷତି ହୋଇଛି।
ଖବର ପାଇ ଦଶରଥପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘରର ବିଭିନ୍ନ ଆସବାବପତ୍ର ଜଳିଯାଇଛି। ତୁରନ୍ତ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/6-3.jpg)