ଦାଦାବଟି ନ ଦେବାରୁ ଠିକାଦାରଙ୍କୁ ଗୁଳିମାଡ, ଦୃବୁର୍ତ୍ତଙ୍କୁ ଧରି ନିସ୍ତୁକ ମାଡ ମାରିଲେ ଲୋକ

କୋଣାର୍କ: ୨୦ ଲକ୍ଷ ଟଙ୍କାର ଦାଦାବଟି ଦେଲେନି ବୋଲି କୋଣାର୍କରେ ଠିକାଦାରଙ୍କୁ ଦୃବୁର୍ତ୍ତଙ୍କ ଗୁଳିମାଡ଼ । ଗୁଳିମାଡ କରି ଫେରାର ହେବା ବେଳେ ୨ ଦୃବୁର୍ତ୍ତଙ୍କୁ ଧରି ନିସ୍ତୁକ ଛେଚିଲେ ଲୋକ । କୋଣାର୍କ ଗୋପ ଛକ ନିକଟରେ ଘଟିଛି ଏହି ଘଟଣା । ମିଳିଥିବା ସୂଚନା ମୁତାବକ ଠିକାଦାର ଉମାକାନ୍ତ ସାହୁ ବାରମ୍ବାର ଦାଦାବଟି ଦେବାକୁ ଦୃବୁର୍ତ୍ତ ଧମକ ଦେଉଥିଲେ |

ତେବେ ସେ ଦାଦାବଟି ନ ଦେବାରୁ ତାଙ୍କୁ ଆଖିବୁଜା ଗୁଳିମାଡ଼ କରି ଦୃବୁର୍ତ୍ତ ଫେରାର ହୋଇଯାଉଥିଲେ । ତେବେ ଏହି ସମୟରେ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲେ | ଖସିଯାଉଥିବା ଦୃବୁର୍ତ୍ତଙ୍କୁ ସ୍ଥାନୀୟ ଲୋକେ ଧରିବା ପରେ ଛେଚିବା ସହ ସେମାନେ ଆସିଥିବା ସ୍କୁଟିକୁ ଲୋକମାନେ ଜାଳି ଦେଇଛନ୍ତି । ଏହାକୁ ନେଇ ଘଟଣା ସ୍ଥଳରେ ଉତେଜନା ପରିସ୍ଥିତି ଦେଖା ଦେଇଛି ।

ଅନ୍ୟପଟେ ପୁଲିସ ବିଳମ୍ୱରେ ପହଁଚିବାକୁ ନେଇ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା । ଗୁଳି ମାଡ଼ରେ ଗୁରୁତର ଆହତ ଠିକାଦାର ଉମାକାନ୍ତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧିତ ଖବର