ଏୟାର ଓଡ଼ିଶା ବିମାନ ସେବା ୨ ଦିନ ବାତିଲ

ଝାରସୁଗୁଡ଼ା: ଝାରସୁଗୁଡ଼ା ଠାରୁ ଭୁବନେଶ୍ବର ଓ ରାୟପୁର ମଧ୍ୟରେ ବିମାନ ସେବା ଯୋଗାଉଥିବା ଏୟାର ଓଡ଼ିଶାର ବିମାନ ସେବା ୨ ଦିନ ଧରି ବାତିଲ ହୋଇଥିବା ଜଣାଯାଇଛି। ଶନିବାର ସବୁ ଟିକେଟ ବିକ୍ରି ହୋଇଥିବା ବେଳେ ରବିବାର ବିମାନ ସେବା ବନ୍ଦ ରହିଥିଲା। ସୋମବାର ବିମାନ ସେବା ଆରମ୍ଭ କରିଥିବା ବେଳେ ଆଜି ବିମାନ ଆଉ ଆସିନଥିଲା। ତେବେ ମଙ୍ଗଳବାର ବିମାନ ଯାତ୍ରା କରିବା ପାଇଁ ଟିକେଟ କାଟିଥିବା ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବୁଧବାର ମଧ୍ୟ ବିମା‌ନ ସେବା ବନ୍ଦ ରହିବ ବୋଲି ଜଣାଯାଇଛି। ବିମାନରେ କିଛି ଆବଶ୍ୟକୀୟ ମରାମତି ଥିବାରୁ ଏହା ବନ୍ଦ ଥିବା ଜଣେ ଏୟାର ଓଡ଼ିଶା କର୍ମଚାରୀ ସୂଚନା ଦେଇଛନ୍ତି। ଗତ ୨୨ ତାରିଖ ଦିନ ଉଡ଼ାନ ସେବା ଆରମ୍ଭ ହେବା ପରେ ମାତ୍ର ୫ ଦିନ ବିମାନ ସେବା ଯୋଗାଇ ଦେଇଛି। ବିମାନ ସେବା ଅନିୟମିତା ନେଇ ଝାରସୁଗୁଡ଼ା, ରାୟପୁର ଓ ଭୁବେନେଶ୍ବର ଯାତ୍ରୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର