ଦୁଇ ଦିନ ରିମାଣ୍ଡରେ ଯିବେ ଶ୍ରୀବଳଦେବଜୀଉ ଇନ୍‌ଫ୍ରାଷ୍ଟ୍ରକଚର ମୁଖ୍ୟ

କଟକ : ଶ୍ରୀବଳଦେବଜୀଉ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଦୁର୍ଗାପ୍ରସନ୍ନ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥ ନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଦୁଇ ଦିନ ରିମାଣ୍ଡରେ ନେବ। ଶ୍ରୀ ମିଶ୍ରଙ୍କୁ ରିମାଣ୍ଡରେ ନେଇ ପଚରା ଉଚୁରା ଲାଗି ଇଓଡବ୍ଲୁ କଟକ ସ୍ୱତନ୍ତ୍ର ଅଦାଲତରେ ଅନୁମତି ଲୋଡି ଅବେଦନ କରିଥିଲା। ଶ୍ରୀ ମିଶ୍ରଙ୍କୁ ଦୁଇ ଦିନ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁକୁ ଅଦାଲତ ଅନୁମତି ଦେଇଛନ୍ତି। ଫେବ୍ରୁଆରି ୫ରେ ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ। ରିମାଣ୍ଡ ଅବଧି ଶେଷ ହେବା ପରେ ଡାକ୍ତରୀ ରିପୋର୍ଟ ସହିତ ୭ ତାରିଖରେ ଅଦାଲତରେ ତାଙ୍କୁ ହାଜର କରାଯିବ। ଏଠାରେ ସୂଚନାଯୋଗ୍ୟ ଯେ ମଙ୍ଗୁଳି ନିକଟସ୍ଥ ବଡକେଶରପୁର ଠାରେ ତୁଳସୀ ଗାର୍ଡେନ ନାମକ ଏକ ଆପାର୍ଟମେଣ୍ଟ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ସୁଲଭ ଦରରେ ଫ୍ଲାଟ ଯୋଗାଇଦେବାକୁ କହି ଏହି ସଂସ୍ଥା ଦୁଇ ଶହରୁ ଅଧିକ ଜମାକାରୀଙ୍କର ୫ କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଇଓଡବ୍ଲୁ ମାମଲା ରୁଜୁ କରି ଶ୍ରୀ ମିଶ୍ରଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର