ଭୁବନେଶ୍ବର ଆସନ୍ତା ୨ ଦିନ ରାଜ୍ୟ‌ର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ଯାଏ ବୃଦ୍ଧି ପାଇବ। ଶୀତ କମିବ। ଫେବ୍ରୁଆରି ୧୧ରୁ ପୁଣି ପାରଦ ତଳମୁହାଁ ହେବ ଓ ଶୀତ ବଢ଼ିବ। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିଥିଲା। ଆଜି ସକାଳୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକା କୁହୁଡ଼ି ପଡ଼ିଥିବା ପରିଲକ୍ଷିତ ହୋଇଛି। ରାଜ୍ୟର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। ୧୦ ଓ ୧୧ ତାରିଖରେ ଆକାଶ ଆଂଶିକ ମେଘୁଆ ରହିପାରେ। ଛତିଶଗଡ଼ ଓ ଆନ୍ଧ୍ର ଉପକୂଳ ସଂଲଗ୍ନ ଅଞ୍ଚଳରେ ୯ ଓ ୧୦ ତାରିଖରେ ପାଗ ମେଘୁଆ ରହିବା ସହ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି।