ଅଟୋ-ହାଇଓ୍ଵା ଧକ୍କା; ୨ ମୃତ, ୫ ଆହତ

ଭାପୁର : ପୁରୁଣା କଟକ-ସମ୍ବଲପୁର ରାସ୍ତାର ଉତ୍ତରେଶ୍ୱର ମନ୍ଦିର ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇଓ୍ଵା ସହ ଅଟୋ ଧକ୍କା ହେବାରୁ ଅଟୋରେ ବସିଥିବା ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକଦ୍ୱୟ ଢେଙ୍କାନାଳ ସଦର ଥାନା କଙ୍କଡାହାଡ଼ ଗ୍ରାମର ଅଲେଖ ବେହେରା (୫୫) ଓ କୁନିଲତା ବେହେରା (୩୫)। ସେମାନେ ସଂପର୍କରେ ଦେଢ଼ଶୁର ଓ ଭାଇବୋହୂ ବୋଲି ଜଣାଯାଇଛି। ତାଙ୍କର ଜଣେ ସମ୍ପକୀୟଙ୍କ ମୃତ୍ୟୁ ଖବର ପାଇ ଉଭୟେ କଙ୍କଡ଼ାହାଡ଼ରୁ ଧୀପାଟଣା ଅଟୋ (ଓଆର ୦୬ ଏଫ୍‌ ୫୮୨୩) ଯୋଗେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତଦେହ ଦେଖିବା ବଦଳରେ ଉଭୟେ ଶବ ହୋଇ ଫେରିଥିବା ବେଳେ ଏହାକୁ ନେଇ କଙ୍କଡାହାଡ଼ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର