ଜମିବାଡ଼ି ବିବାଦକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ: ୨ ମୃତ, ୭ ଆହତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତର ହାତୀମୁଣ୍ଡା ଗାଁରେ ଜମିଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ରକ୍ତାକ୍ତ ସଂଘର୍ଷ କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୭ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ଧନପତି ଜାନି(୪୫) ଓ ସହଦେଵ ଜାନି (୪୦)। ଗତକାଲି ରାତିରେ ଜମିଜମା ଓ ଗୁଣିଗାରେଡ଼ିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି।

ଆହତମାନଙ୍କୁ ପ୍ରଥମେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଚ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତ୍ର ଥିବା ସେନାପତି ଜାନି ଓ ଧନେଶ୍ବର ଜାନିଙ୍କୁ କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କ ମଧ୍ୟରେ ଦିବା ପରଜା, ରାଜୁ ଜାନି, ଅଙ୍ଗରା ଜାନି, ମବହୋର ଜାନି ଓ ଛେଣ୍ଡିଆ ଜାନି ରହିଛନ୍ତି। ଘଟଣାସ୍ଥଳରେ କୋରାପୁଟ ଏସଡିପିଓ ନିରଞନ ବେହେରା ପହଞ୍ଚି ଛାନଭିନ୍ କରୁଥିବା ବେଳେ ଦଶମନ୍ତପୁର ପୁଲିସ ମଧ୍ୟ ଗାଁରେ  ତଦନ୍ତ କରୁଛି। ପୁଲିସ ଭୟରେ ଗାଁ ଏକ ପ୍ରକାର ଜନଶୁନ୍ୟ ହୋଇ ରହିଛି। କେଉଁ କାରଣରୁ ଏତେ ବଡ଼ ଘଟଣା ଘଟିଯାଇଛି, ତାହା ପୁଲିସର ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର