କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁର-ଡିମ୍ୱୋ ରାସ୍ତାର କାଠଡିପୋ ନିକଟରେ ଆଜି ସନ୍ଧ୍ୟାରେ ସ୍କୁଟି ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଚାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସ୍ଥାନୀୟ ପାତ୍ରସାହିର ବାଇକ୍ ଚାଳକ ତରଣୀସେନ ପାତ୍ର (୩୫) ଏବଂ ଖୋଳପା ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା (୧୮)।
ସ୍କୁଟିରେ ବସିଥିବା ସତ୍ୟବ୍ରତ ନାୟକ (୧୨) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀପ୍ରିୟା ନରଣପୁରରୁ ଗାଈ ପାଇଁ ଦାନା କିଣି ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ଧକ୍କା ହୋଇଥିଲେ। ଦୁର୍ଘଟଣାରେ ପରେ ମୃତାହତଙ୍କୁ ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନା ଅଣାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/dead-fff.jpg)