ସମ୍ବଲପୁର, ୯।୯ (ଇମିସ): ସମ୍ବଲପୁର ଜିଲ୍ଲା ଶାସନ ଥାନା ଗୌଡ଼ପାଲି ଠାରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଉଛନ୍ତି କିଳାସମା ଝାରଘାଟିର ରାଜକିଶୋର ସା’ ଓ ଲୋକନାଥ ସିଂ। ଉଭୟେ ଶୁକ୍ରବାର ଦିନ ଗୌଡ଼ପାଲି ଫୁଟ୍‌ବଲ୍‌ ଏକାଡେମୀ ନିକଟରେ ଖାଦ୍ୟ ଷ୍ଟଲ୍‌ ଲଗାଇବା ପାଇଁ ଖୁଣ୍ଟ ପୋତୁଥିଲେ।

Advertisment

ଏତିକି ବେଳେ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାରରେ ସମାନେ ପୋତୁଥିବ ଖୁଣ୍ଟଟି ସ୍ପର୍ଶ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ଉଭୟଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଟାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମାମଲା ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।