ପୋଲ ତଳକୁ ଖସିଲା ବାଇକ୍‌, ଦୁଇ ମୃତ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସିଙ୍ଗଡ଼ାସ୍ଥିତ ନିର୍ମାଣାଧୀନ ବ୍ରିଜ୍‌ ଉପରୁ ଏକ ବାଇକ୍‌ ଖସିପଡ଼ିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଏହି ଥାନା ଅନ୍ତର୍ଗତ ରାମପୁର ଶଗଡ଼ି ଗ୍ରାମର ସଇଫା ଖାଁ ଓ ନାବାଳକ ସେକ୍‌ ସାଇଡୁ। ଗୁରୁତର ଆହତ ଏହି ଗ୍ରାମର ତସଲିମା ବେଗମ୍‌। ଆଜି ରାତି ୯ଟାରେ ଶଗଡ଼ି ଗ୍ରାମର ସଇଫା ଖାଁ, ତସଲିମ ବେଗମ ଓ ନାବାଳକ ସେକ ସାଇଡୁ ଏକ ବାଇକ୍‌ରେ ପାଣିକୋଇଲି ଆସୁଥିଲେ।

ସିଙ୍ଗଡ଼ା ନିକଟରେ ନିର୍ମାଣାଧୀନ ବ୍ରିଜ୍‌ ଉପରୁ ବାଇକ୍‌ ସହିତ ସେମାନେ ତଳକୁ ଖସି ପଡ଼ିଥିଲେ। ଘଟଣା ସ୍ଥଳରେ ସାଇଡୁର ମୃତ୍ୟୁ ହୋଇଥିବା ବେଳେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଇଫା ଖାଁଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ତସଲିମା ବେଗମ୍‌ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର