ବାଇକ୍‌-ବାଇକ୍‌ ଧକ୍କା: ୨ ମୃତ, ଜଣେ ଗୁରୁତର

କୁଆମରା/ଡୁକୁରା: ଶନିବାର ରାତି ପ୍ରାୟ ୮ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଅରିକୁଳ ପୋଲ ଉପରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ; ବେତନଟୀ କୈଳାସଚନ୍ଦ୍ରପୁରର ଗିରୀଶ ଚନ୍ଦ୍ର ପାତ୍ର(୫୦) ଓ ବଡ଼ସାହି ଜାଲଘେରାର ଧନେଶ୍ବର ଟୁଡୁ (୩୦)। ସେହିପରି ଗୁରୁତର ବ୍ୟକ୍ତି ଜଣକ ଖୁଣ୍ଟା ଥାନା ଅଧୀନ ପାଳସାର ସୁରେନ୍ଦ୍ର ନାଏକ (୪୦ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ସମସ୍ତଙ୍କୁ ଡୁକୁରା ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିବା ସହ ଗୁରୁତର ସୁରେନ୍ଦ୍ରଙ୍କୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଇଥିଲେ। ଏନେଇ ବଡ଼ସାହି ଥାନାରେ ନଂ.୭୨/୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର