ବାଇକ୍‌ ଦୁର୍ଘଟଣାରେ ୨ ମୃତ

ଅସୁରାଳି : ଆଜି ରାତିରେ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଅସୁରାଳି ନିକଟ ଡିଲୋ ଛକରେ ଏକ ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଲେଖାହେବା ପର୍ଯ୍ୟନ୍ତ ମୃତକମାନଙ୍କର ପରିଚୟ ମିଳିପାରି ନ ଥିବା ବେଳେ ଧୁଷୁରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ରବିବାର ରାତି ୯ଟା ୩୦ ମିନିଟ୍‌ ସମୟରେ ପ୍ରବଳ ବର୍ଷା ପବନ ଲାଗି ରହିଥିଲା। ଏହି ସମୟରେ ଧୁଷୁରୀ ପଟୁ ଏକ ଟିଭିଏସ୍‌ ଆପାଚୀ ବାଇକ୍‌ ଯୋଗେ ୨ ଜଣ ଯୁବକ ଭଦ୍ରକ ଆଡ଼କୁ ଆସୁଥିଲେ। ବାଇକ୍‌ ଚାଳକ ଭାରସାମ୍ୟ ହରାଇ ବାଇକ୍‌ଟିକୁ ଏକ ଗଛକୁ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର