ବାଇକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଗଲା

ଚାନ୍ଦବାଲି: ଚାନ୍ଦବାଲି ଗ୍ରୀଡ଼ ନିକଟରେ ଦୁଇ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ପ୍ରାଣ ଯାଇଛି। ଜଣେ ଗୁରୁତରକୁ ଭଦ୍ରକ ରେଫର କରାଯାଇଛି। ନୂଆ ବର୍ଷର ପ୍ରଥମ ଦିନରେ ଅଘଟଣ ସାରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ଚାନ୍ଦବାଲି ଗ୍ରୀଡ଼ ନିକଟରେ ଶନିବାର ରାତି  ୯ଟା ସମୟରେ  ବିଜୟ ନଗର ଗାଁର ବାବନ ନାୟକଙ୍କ ବଡପୁଅ ସୁଦର୍ଶନ ନାୟକ (୨୩)ଘରୁ ବଜାରକୁ ଆସୁଥିଲେ। ସେହି ସମୟରେ ଅପର ପଟୁ ଗୋଟିଏ

ବାଇକରେ ଦୁଇ ଯୁବକ ଦ୍ରୁତ ଗତିରେ ଚାନ୍ଦବାଲିରୁ ଚଡ଼ଦିଆ ଫେରୁଥିଲେ। ଗ୍ରୀଡ଼ ନିକଟରେ ଦୁର୍ଘଟଣାରେ ସମୁଖୀନ ହୋଇ ଥିଲେ। ଦୁର୍ଘଟଣା ଏତେ ଜୋର ଥିଲା ଯେ ସୁଦର୍ଶନ ନାୟକ ରାସ୍ତା ଉପରେ ପିଟିହୋଇଯିବାରୁ ତାଙ୍କ ଜୀବନ ଯାଇଥିଲା। ଅନ୍ୟ ଜଣେ ଯୁବକ ବଳରାମ ସାହୁ (୩୦)ଙ୍କ ନୟନୀ ଯୋରକୁ ଛିଟିକି ହୋଇପଡ଼ିବାରୁ ଜୀବନ ଯାଇଥିଲା। ଅନ୍ୟ ଜଣେ ଯୁବକ ବାପୁନ ପାଲ ରାସ୍ତା ନିକଟରେ ପଡି ଛଟପଟ ହେଉଥିଲେ। ତେବେ ରାସ୍ତାରେ ଯାଉଥିବା ପଥଚାରି ଦମକଳ ବାହିନୀକୁ ଖବର ପଠାଇଥିଲେ। ଅଗ୍ନିଶମ କର୍ମଚାରୀ ଆସି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଆଉ ଜଣଙ୍କୁ ଭଦ୍ରକ ପଠାଇଥିଲେ।

ସମ୍ବନ୍ଧିତ ଖବର