ବାଇକ୍‌ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଗଲା

ଯୋଡ଼ା/ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଯୋଡ଼ା-ବାମେବାରୀ ଏକ୍ସପ୍ରେସ୍‌ ରାସ୍ତାର ବାଂଶପାଣି ନିକଟରେ ରବିବାର ଅପରାହ୍ନରେ ଛିଡ଼ା ହୋଇଥିବା ଏକ ହାଇୱା ପଛ‌ରେ ବାଇକ୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀ ନରସିଂହ ତିରିଆ (୨୧)ଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ନେଲୁଙ୍ଗ ଗ୍ରାମର ନରସିଂହ ବାଂଶପାଣିରେ ଶ୍ୱଶୁର ଘରେ ରହି ଟ୍ରକ୍‌ ଚଳାଉଥିଲେ।

ଅପରାହ୍ନରେ ସେ ବାଇକ୍‌ରେ ନିଜଘର ନେଲୁଙ୍ଗ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ନରସିଂହଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟାଟାଷ୍ଟିଲ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଆନନ୍ଦପୁର ବ୍ଲକ ରାମଚନ୍ଦ୍ରପୁର ଥାନା ଲୁଣହାର ଛକରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ କାନ୍ଥରେ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ତରୁଆଁ ପଞ୍ଚାୟତ ଡିହକଟିଣା ଗ୍ରାମର ନିରଦ ନଳିନୀ ନାୟକ (୨୮)। ନିରଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର