ବ୍ରହ୍ମପୁର : ଗଂଜାମ ଜିଲ୍ଳା ଦିଗପହଣ୍ଡି ଥାନା ବ୍ରହ୍ମପୁର ଉପକଣ୍ଠ ମହୁରୀକାଳୁଆ ପୀଠରେ ଆଜି ଅପରାହ୍ନରେ ବଣ ଭୋଜି ସାରି ବାଇକ୍ରେ ଫେରୁଥିବା ବେଳେ ଗଛକୁ ପିଟି ହୋଇଯିବାରୁ ଦୁଇ ଯୁବକଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଅଞ୍ଚଳ ବିଲ ସାହିର ସନ୍ତୋଷ ଦାଶ ଓ ଲାଞ୍ଜିପଲ୍ଲୀର ଶିବ ଦାଶ। ଦ୍ରୁତ ଗତିରେ ବାଇକ୍ ଗଛକୁ ପିଟି ହେବାରୁ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାଇକ୍ ଭାଙ୍ଗି ସଂପୂର୍ଣ୍ଣ ଚୁରମାର୍ ହୋଇଯାଇଥିବା ବେଳେ ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ସନ୍ତୋଷ ଓ ଶିବଙ୍କ ଶବକୁ ବ୍ରହ୍ମପୁର ବଡ଼ମେଡିକାଲ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଥାନା ଅଧିକାରୀ ଦେବାଶିଷ ମହାନ୍ତି ସୂଚନା ଦେଇଛନ୍ତି।
ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2018/01/Accident-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)