ବ୍ରହ୍ମପୁର : ଆଜି ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନଙ୍ଗପୁର ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ସହ ଏକ ନୂଆ କାର୍ ଧକ୍କା ହେବାରୁ କାର୍ରେ ଥିବା ବ୍ରହ୍ମପୁର ଶ୍ରୀରାମ ନଗର ଗୌଡ଼ସାହି ଅଂଚଳର ପ୍ରିୟଦର୍ଶିନୀ ପାତ୍ର ଓ ଶାଳିନୀ ପାତ୍ରଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ କାର୍ଟି ଚୂରମାର ହୋଇଯାଇଛି। କାର୍ରେ ଥିବା ଅନ୍ୟ ଦୁଇଜଣ ଯୁବକ ବି ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଛି। ରାତିରେ ଜରଡ଼ା ଆମ୍ବଗଡ଼ ଠାରେ ଜଣେ ସମ୍ପକୀୟଙ୍କୁ ଛାଡ଼ି ଦୁଇ ଯୁବତୀ ଓ ଦୁଇ ଯୁବକ ଏହି ନମ୍ବର ହୋଇନଥିବା ନୂଆ ବାଲେନୋ କାର୍ରେ ବ୍ରହ୍ମପୁର ଫେରୁଥିଲେ। ଅନଙ୍ଗପୁର ଠାରେ ଏକ ଟ୍ରକ୍ (ଏପି୧୬ଟିଜି୨୬୯୫) ସହ କାର୍ର ଜୋର୍ଦାର୍ ଧକ୍କା ହୋଇଥିଲା। କାର୍ଟିର ଛାତ ଉଡ଼ିଯିବା ସହ ଏହା ସଂପୂର୍ଣ୍ଣ ଚୂର୍ମାର୍ ହୋଇଯାଇଥିଲା। ଘଟଣାସ୍ଥଳରେ ୨ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।
ଟ୍ରକ୍ ସହ ଧକ୍କାରେ କାର୍ ଚୂର୍ମାର, ୨ଯୁବତୀ ମୃତ
ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା
/sambad/media/post_attachments/wp-content/uploads/2018/01/Accident-at-Anangpur-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)