ଯାଜପୁରସଦର/ସିଂହପୁର/ବୈତରଣୀରୋଡ଼: ଯାଜପୁର ଜିଲ୍ଲାର ଦୁଇଟି ସ୍ଥାନରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବିଂଝାରପୁର ଥାନା ଅନ୍ତର୍ଗତ ହଳଦୀଡ଼ିହ ପଞ୍ଚାୟତ ଫଳପୁର ଗାଁରେ ମଟର ଲଗାଇ ପରିବା ବାଡ଼ିରେ ପାଣି ମଡ଼ାଉଥିବା ବେଳେ ସୂର୍ଯ୍ୟକାନ୍ତ ଗୁରୁ(୩୯) ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସୂର୍ଯ୍ୟକାନ୍ତ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବିଂଝାରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ସେହିପରି କୋରେଇ ଥାନା ଅନ୍ତର୍ଗତ ବୈତରଣୀରୋଡ ଓଷଳା ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ମହିଳା ଜଣକ ହେଲେ ଆରତୀ ମଲ୍ଲିକ। ଆରତୀ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାରରେ ଲାଗି ଯାଇଥିଲେ। ତାଙ୍କୁ ପ୍ରଥମେ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କର ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ବିଦ୍ୟୁତ୍ ଆଘାତରେ ୨ ମୃତ
/sambad/media/post_attachments/wp-content/uploads/2019/07/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)