ପୂଜା ସ୍ପଞ୍ଜ କାରଖାନାରେ ଗ୍ୟାସ୍‌ ଲିକ୍‌: ୨ ମୃତ

ରାଉରକେଲା : ଆଜି ସଂଧ୍ୟାରେ କଲୁଙ୍ଗା ଶିଳ୍ପାଞ୍ଚଳସ୍ଥିତ ପୂଜା ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ୍‌ ଲିକ୍‌ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କାରଖାନାର ବର୍ଣ୍ଣିଂ ‌ବିଭାଗରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ କାରଖାନା କର୍ତ୍ତୃପକ୍ଷ ଫାଟକ ବନ୍ଦ କରି ଭିତରକୁ କାହାରିକୁ ଛାଡୁ ନଥିବାରୁ ମୃତ ଶ୍ରମିକଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରିନାହିଁ। ତେବେ ସେମାନଙ୍କର ନାଁ ହେଉଛି ଫ୍ରାନସିସ୍ କେର୍କେଟା ଓ ଅଜୟ ସାମଦ। ଗ୍ୟାସ୍‌ ପ୍ରଭାବରେ ଅସୁସ୍ଥ ହୋଇଥିବା ଉଭୟ ଶ୍ରମିକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର