କୁସୁମୀ ଘାଟିରେ ପିକ୍‌ଅପ୍‌ ଓଲଟିଲା, ୨ ମୃତ

କେନ୍ଦୁଝର/ତେଲକୋଇ : କାଞ୍ଜିପାଣି ଥାନା କୁସୁମିଘାଟିରେ ଗତକାଲି ରାତିରେ ଏକ ପିକ୍‌ଅପ୍‌ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ତାଳଚେରର ୨ ଜଣ ଛେଳି ବେପାରୀ ଚମ୍ପୁଆ ଅଞ୍ଚଳରୁ ଛେଳି କିଣି କାଞ୍ଜିପାଣି ଥାନା କୁସୁମିଘାଟି ଦେଇ ଯାଉଥିଲେ। ତେବେ ନିର୍ମାଣାଧୀନ ରାସ୍ତାରେ କୌଣସି ସୂଚନାର ଫଳକ ଲାଗିନଥିବାରୁ ବଙ୍କାଣିରେ ଡ୍ରାଇଭର ଗାଡିର ଭାରସାମ୍ୟ ରଖି ପାରିନଥିଲେ। ଫଳରେ ପିକ୍‌ଅପଟି ଘାଟି ତଳକୁ ଓଲଟି ପଡିଥିଲା। ଘଟଣାସ୍ଥଳରେ ଛେଳି ବେପାରୀ ଏମ୍‌ଡି ଆନଓ୍ଵାର (୩୪) ଏବଂ ଏମ୍‌ଡି ଅବଦୁଲ୍‌ ରସିଦ୍‌ କ୍ୟୁରେସିଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର