ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ ସଂକଟାପନ୍ନ ରହିଛନ୍ତି। ମୃତକ ଓ ଗୁରୁତରଙ୍କ ପରିଚୟ ସ୍ପଷ୍ଟ ହୋଇ ନାହିଁ। ସୂଚନା ଅନୁସାରେ ୩ଜଣ ଯୁବକ ଏକ ବାଇକ୍ରେ ଜାତୀୟ ରାଜପଥ ଦେଇ ଯାଉଥିଲା ବେଳେ ଗୋଳନ୍ଥରା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲେ। ଯୁବକମାନେ ହାଇୱା ପଛପଟେ ପିଟି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଦୁଇଜଣ ଯୁବକ ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ଯୁବକଙ୍କ କ୍ଷତବିକ୍ଷତ ଶରୀର ମଧ୍ୟ ନିକଟରେ ପଡ଼ିଛି। ରାତି ୧୧ଟା ୫୦ ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।
ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ହାଇୱାକୁ ପିଟିଲା ବାଇକ୍, ୨ ମୃତ
/sambad/media/post_attachments/wp-content/uploads/2020/01/accident90-news-first-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)