କୋଇଲା ବୋଝେଇ ଟ୍ରକ ଧକ୍କାରେ ଶାଳୀ, ଭିଣୋଇ ମୃତ, ଶଳା ଆହତ

ସମ୍ବଲପୁର : ଅଇଁଠାପାଲି ଛକରେ ଅପରାହ୍ନ ପ୍ରାୟ ସାଢ଼େ ୩ ସମୟରେ ଏକ କୋଇଲା ବୋଝେଇ ଟ୍ରକ (ଓଆର-୨୩ବି-୨୭୮୫) ଏକ ସ୍କୁଟର (ଓଆର-ଡବ୍ଲୁ-୨୧୦)କୁ ଧକ୍କା ଦେବାରୁ ସୁଶୀଳ ବେହେରା (୩୫) ଓ ତାଙ୍କ ଶାଳୀ ଗୀତାଞ୍ଜଳି ବେହେରା(୨୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଭିଣୋଇ ସୁଶିଲ ଭୁଏ(୩୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୁଶୀଳଙ୍କ ଶଳା ଅନିଲ ବେହେରା(୧୮)ଙ୍କୁ ଗୁରୁତର ଅବସ୍ଥାରେ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଧାନ କାଟିବାରେ ସହଯୋଗ କରିବା ପାଇଁ ସୁଶୀଲ ନିଜ ଶଳା ଅନିଲ ଏବଂ ଗୀତାଞ୍ଜଳିଙ୍କୁ ଶ୍ୱଶୁର ଘର ଗାଁ ଡେଙ୍ଗସର୍ଗିରୁ ନିଜ ଗାଁ ଗୁଲାବନ୍ଧକୁ ନେଇ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଏ ନେଇ ଅଇଁଠାପାଲି ଥାନାରେ ନଂ୪୨୭/୧୭, ଆଇପିସି ୨୭୯/୩୦୪ରେ ମାମଲା ରୁଜ୍ଜୁ କରାଯାଇଥିବା ଅଇଁଠାପାଲି ଥାନା ଅଧିକାରୀ ଶ୍ରୀମନ୍ତ ବାରିକ କହିଛନ୍ତି। କୋଇଲା ବୋଝେଇ ଗାଡ଼ି ଜବତ ହେବା ସହିତ ଚାଳକ ଫେରାର ଥିବା ଅଇଁଠାପାଲି ଥାନା ପକ୍ଷରୁ କୁହାଯାଇଛି। ସୁଶୀଳଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ୫ ବର୍ଷ ଏବଂ ୩ ବର୍ଷର ଦୁଇ ଶିଶୁ ପୁତ୍ର ବାପା ଛେଉଣ୍ଡ ହୋଇ ପଡ଼ିଛନ୍ତି। ମୃତ ଗୀତାଞ୍ଜଳିଙ୍କ ବାପା ପ୍ରହଲ୍ଲାଦ ବେହେରାଙ୍କ ୨ ଝିଅ ଏବଂ ଜଣେ ପୁଅ ଅଛନ୍ତି। ଦୁର୍ଘଟଣାରେ ଜ୍ୱାଇଁ ଏବଂ ସାନ ଝିଅଙ୍କୁ ହରାଇ ମ୍ରିୟମାଣ ହୋଇ ପଡ଼ିଛନ୍ତି।

ସୂଚନା ଅନୁଯାୟୀ, ମୃତ ଗୀତାଞ୍ଜଳିଙ୍କ ଅଜା ଚଇନୁ ଦଳଙ୍କ ୧୪ ତାରିଖରେ ଦେହାନ୍ତ ହୋଇଥିଲା। ବହିଦାର ନୂଆପାଲିରେ ତାଙ୍କ କାମ ଘର ଥିଲା। ଏଥିରେ ଗୀତାଞ୍ଜଳି, ବାପା, ମା’ ଏବଂ ଭାଇ ସହିତ ଗୁଲାବନ୍ଧରୁ ଭିଣେଇ ସୁଶୀଳ ମଧ୍ୟ ଆସିଥିଲେ। ଭୋଜି ସରିବା ପରେ ସମସ୍ତେ ଡେଙ୍ଗସର୍ଗିର ବକ୍ସିପଡ଼ା ସ୍ଥିତ ନିଜ ଘରକୁ ଆସିଥିଲେ। ସୁଶୀଳ କୃଷି ଶ୍ରମିକ ଅଟନ୍ତି। ବର୍ତ୍ତମାନ ଧାନ କଟା ସମୟରୁ ଥିବାରୁ ସେ ଆଉ କିଛି କୃଷି ଶ୍ରମିକ ଆବଶ୍ୟକତା ଥିବା କହିଥିଲେ। ତାଙ୍କୁ ସହଯୋଗ ପାଇଁ ଶଳା ଅନିଲ, ଶାଳୀ ଗୀତାଞ୍ଜଳି ବାହାରି ପଡ଼ିଥିଲେ। ପ୍ରହଲ୍ଲାଦ କହନ୍ତି, ସାନ ଝିଅ ଗୀତାଞ୍ଜଳିଙ୍କ ବିବାହ ପାଇଁ ପ୍ରସ୍ତୁତି ଚଳାଉଥିଲେ। ଦୁଇ ଦିନ ପୂର୍ବରୁ ଗୋଟିଏ ପରିବାର ଦେଖିବାକୁ ମଧ୍ୟ ଆସିଥିଲେ। ସୁଶୀଳଙ୍କ ପରିବାରରେ ସ୍ତ୍ରୀ ପୁଷ୍ପାଞ୍ଜଳି ଭୁଏ, ଶିଶୁ ପୁତ୍ର ବଜରଂଗ(୫) ଏବଂ ଝସକେତନ(୩) ଅଛନ୍ତି। ଏମାନେ ବିପିଏଲ ପରିବାରର। ହରିଶ୍ଚନ୍ଦ୍ର ଯୋଜନାରେ ସହୟତା ସହିତ ସୁଶୀଳଙ୍କ ପରିବାର ପ୍ରତି ପ୍ରଶାସନିକ ଦୃଷ୍ଟିର ଆବଶ୍ୟକତା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର