ରାୟଗଡା: ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଭାଲେରୀ କୁଡ଼ିଆ ଗ୍ରାମ ମୁଖ୍ୟ ରାସ୍ତାରେ ଏକ ଟିପର ଭାରସାମ୍ୟ ହରାଇ ଗଛକୁ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ରାମନାଗୁଡା ବ୍ଲକ ଅନ୍ତର୍ଗତ ଅର୍ଜୁନଗୁଡା ଗ୍ରାମର ଅଲିକ୍ଷ ପାତିକା ଓ ଅଜୟ ପାଲକା ବୋଲି ଜଣାପଡିଛି ।
ସୂଚନାରୁ ଜଣାପଡିଛି ଯେ ଗୁରୁବାର ପାହାନ୍ତା ସମୟରେ ଟିପରଟି ଗୁଣପୁରରେ ବାଲି ଅନଲୋଡ କରି ଫେରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ଲାଗି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।
୨ ଜଣଙ୍କ ମୃତ୍ୟ ଘଟିଥିବା ଡାକ୍ତର ପ୍ରକାଶ କରିଛନ୍ତି। ଚାଳକ ଜଣକ ଗୁରୁତର ଥିବା ଯୋଗୁ ଚିକିତ୍ସା ପାଇଁ ବାହାରକୁ ସ୍ଥାନାନ୍ତର କରାଯାଇଥିବା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସନ୍ଦୀପ ସ୍ୱାଇଁ ପ୍ରକାଶ କରିଛନ୍ତି।
ଶିବପ୍ରସାଦ ଦୋରା