ଟ୍ରାକ୍ଟର ଓଲଟି ୨ଜଣଙ୍କର ମୃତ୍ୟୁ, ଦୁଇ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଟ୍ରାକ୍ଟର ଓଲଟି ୨ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ମୋରଡା ଥାନା ଅନ୍ତର୍ଗତ ଝିଙ୍କିରିଆରେ ଏକ ଟ୍ରାକ୍ଟରରେ ୪ଜଣ ଲୋକ ଯାଉଥିଲେ। ସେମାନେ ଖାଲି ଗାଡ଼ିଟିକୁ ନେଇ ମାଲିକଙ୍କ ଘରକୁ ଯାଉଥିଲେ। ଚାଳକ ହଠାତ୍ ବ୍ରେକ୍ ମାରିବାରୁ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଥିଲା।

ଘଟିଛି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଜଣ ହେଲେ ମଧୁସୂଦନ ମୁର୍ମୁଙ୍କ ପୁଅ ମଙ୍ଗଲ ମୁର୍ମୁ ଏବଂ ବାଜି ନାଥ ମୁର୍ମୁଙ୍କ ପୁଅ ଭୁଣ୍ଡା ମୁର୍ମୁ ଉଭୟଙ୍କ ବୟସ ୨୧ ବର୍ଷ ବୋଲି କୁହାଯାଉଛି। ସେମାନେ ଝିଙ୍କିରିଆ ଅଞ୍ଚଳରେ ତେନ୍ତୁଳି ବାଟି ଗ୍ରାମର ବାସିନ୍ଦା ବୋଲି ଜଣାଯାଇଛି | ଅପରପକ୍ଷରେ ଏଥିରେ ଦୁଇ ଗୁରୁତର ହୋଇଥିବା ଯୁବକଙ୍କୁ ବାରିପଦାର ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ମୋରଡା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି।

ସମ୍ବନ୍ଧିତ ଖବର