କଣ୍ଟାବାଞ୍ଜି ଡାକ୍ତରଖାନାରେ ଦୁଇ ଡାଇରିଆ ରୋଗୀଙ୍କ ମୃତ୍ୟୁ, ୪ରୁ ଅଧିକ ଭର୍ତ୍ତି

Advertisment
କଣ୍ଟାବାଞ୍ଜି ଡାକ୍ତରଖାନାରେ ଦୁଇ ଡାଇରିଆ ରୋଗୀଙ୍କ ମୃତ୍ୟୁ, ୪ରୁ ଅଧିକ ଭର୍ତ୍ତି

କଣ୍ଟାବାଞ୍ଜି: ଗୋଟିଏ ଦିନରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଦୁଇ ଡାଇରିଆ ରୋଗୀଙ୍କ ମୃତ୍ୟୁ ହୋଇଛି। ଗତକାଲି ପୁଡାପଦର ଗାଁର ମୀରା ସାହୁ ନାମକ ଜଣେ ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରାତିରେ ମୃତ୍ୟୁ ହୋଇଥିବା ବେଳେ ମାଲିବାହାଲ ଗାଁର ସନ୍ତୋଷ ମାଝୀ ଆଜି ଭର୍ତ୍ତି ହୋଇଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକ ଝାଡ଼ାବାନ୍ତି ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କହିଛନ୍ତି।

ଅନ୍ୟ ପକ୍ଷରେ ଡାକ୍ତରଙ୍କ କହିବା ଅନୁସାରେ ଡାଇରିଆ ଯୋଗୁ ଭର୍ତ୍ତି ହୋଇଥିବା କହିଥିବା ବେଳେ ଏବେ ବି ଜଣେ ଛୋଟ ଛୁଆ ଭର୍ତ୍ତି ହୋଇଛି। କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ଗାଁରେ ଏଭଳି ଡାଇରିଆ ହେଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe