ଦୁଧିଆଣି ଅଞ୍ଚଳରୁ ୨ ହରିଣ ଉଦ୍ଧାର

କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ଶିମିଳିପାଳ ଅଭୟାରଣ୍ୟରୁ ଗାଁମୁହାଁ ହରିଣ ଦୁଧିଆଣି ରେଞ୍ଜ ଅଞ୍ଚଳରୁ ପୃଥକ ପୃଥକ ସ୍ଥାନରୁ ଦୁଇଟି ହରିଣ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି। ଗତକାଲି ଧୁଡକୁ ଗ୍ରାମରୁ ଗୋଟିଏ ହରିଣ ଉଦ୍ଧାର କରାଯାଇଥିବାବେଳେ ଆଜି ସେହି ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବକଳା ଗ୍ରାମରୁ ଆଉ ଏକ ହରିଣକୁ ବନ ବିଭାଗ ଉଦ୍ଧାର କରିଛି। ହରିଣଟି ଗାଁ ନିକଟକୁ ପାଣି ପିଇବାକୁ ଆସିଥିବା ବେଳେ ଲୋକଙ୍କ ପାଟି ଶୁଣି ଭୟରେ ଗ୍ରାମର ଖଗେଶ୍ୱର ମହାନ୍ତଙ୍କ ଘର ଭିତରକୁ ପଶିଆସିଥିଲା।

ଖବର ପାଇ ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟିଙ୍କ ସହିତ ଫରେଷ୍ଟର ବ୍ରହ୍ମାନନ୍ଦ ବେହେରା, ବନ ବିଭାଗ କର୍ମଚାରୀ ବିଜୟ ମହାନ୍ତ, ମନୋଜ ମହାନ୍ତ ଓ କ୍ଷୀରୋଦ ମହାନ୍ତ ହରିଣକୁ ଉଦ୍ଧାର କରି ଦୁଧିଆଣି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ହରିଣ ଦୁଇଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯିବ ବୋଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର